ବୈତରଣୀରେ ନାହିଁ ବନ୍ୟା ସ୍ଥିତି , ସର୍ବୋଚ୍ଚ ଯନ୍ତ୍ରୀ

ଫୁଲୁଛି ସୁବର୍ଣ୍ଣରେଖା, ହେଲେ ବୈତରଣୀରେ ବନ୍ୟା ସ୍ଥିତି ଟଳିଯାଇଛି । ଆସନ୍ତାକାଲି ବାଲିଆପାଳ, ବସ୍ତା ଓ ଭୋଗରାଇରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି, ଆସନ୍ତା କାଲିସକାଳେ ପିକ ଫ୍ଲଡ। ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ।

Beitarni

ବିପଦ ସଂକେତ୧୦.୩୬ ଥିବା ବେଳେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୧୦.୪୪ ଥିଲା। ଆଗକୁ ଏହା ୧୦.୯୫ ବଢିବା ନେଇ ଆକଳନ କରାଯାଇଛି। ଏଣେ ଜମଶୋଳାଘାଟରେ ମଧ୍ୟ ଜଳସ୍ତର ବଢୁଛି। ବାଲିଆପାଳ, ବସ୍ତା ଓ ଭୋଗରାଇର ତଳିଆ ଅଞ୍ଚରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ। ବର୍ଷା ନାହିଁ, ସ୍ଥିତି ସ୍ୱାଭାବିକ ହେଉଛି। ଏନେଇ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ସଜାଗ ଅଛି।
ଜଳ ସମ୍ପଦ ଅଧିକାରୀ ରାତିରେ କ୍ଷେତ୍ର ପରିଦର୍ଶନ କରିବେ। ଜଳ ସମ୍ପଦ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+