ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ସୀମା ନଥାଏ: ଜୟକିଶୋର

ଓଡ଼ିଶାର ବରଗଡ ଜିଲ୍ଲାର ଅତାବିରାର 64 ବର୍ଷିୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜୟ କିଶୋର ପ୍ରଧାନ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବୁର୍ଲ୍ଲା ଭୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (VIMSAR) ରେ ନାମ ଲେଖାଇଛନ୍ତି।

ବରଗଡ: ଗତ ଦୁଇ ଦିନ ତଳେ ଚର୍ଚ୍ଚାରେ ଥିଲେ ବରଗଡ ଜିଲ୍ଲାର ଜୟକିଶୋର ପ୍ରଧାନ । 64 ବର୍ଷୀୟ ଏହି ବ୍ୟକ୍ତି ପ୍ରାମାଣିତ କରି ଦେଇଛନ୍ତି ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ । ଓଡ଼ିଶାର ବରଗଡ ଜିଲ୍ଲାର ଅତାବିରାର 64 ବର୍ଷିୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜୟ କିଶୋର ପ୍ରଧାନ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବୁର୍ଲ୍ଲା ଭୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (VIMSAR) ରେ ନାମ ଲେଖାଇଛନ୍ତି।

ତେବେ ଏହି ସଫଳତା ପାଇବା ପରେ ସେ ଏମିତି କିଛି କହିଛନ୍ତି, "ଯାହା ସମସ୍ତ ଯୁବ ପୀଢିଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବା । ଖାସ କରି ଯେଉଁମାନେ ଥରେ କିମ୍ବା ଦୁଇଥର ବିଫଳତା ପରେ ଲକ୍ଷ୍ୟତ୍ୟୁତ ହୋଇଯାଉଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଡେପୁଟି ମ୍ୟାନେଜର ଭାବରେ ଅବସର ନେଇଥିବା ପ୍ରଧାନ କହିଛନ୍ତି ଯେ, ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ସୀମା ନଥାଏ । ତେଣୁ ମୁଁ 2016 ରେ ବ୍ୟାଙ୍କରୁ ଅବସର ନେବା ପରେ ପ୍ରସ୍ତୁତି ଆରମ୍ଭ କରିଥିଲି ।"

jay Kishor Pradhan

ଛାତ୍ର ଜୀବନରେ ତାଙ୍କର ଡାକ୍ତର ହେବାର ସ୍ୱପ୍ନକୁ ସାକାର ହୋଇପାରି ନଥିଲା । ତେଣୁ ବ୍ୟାଙ୍କରୁ ଅବସର ପରେ ସେ ନିଜ ସ୍ବପ୍ନକୁ ଶେଷରେ ସାକାର କରିପାରିଥିବା କହିଛନ୍ତି । ସେ କହିଛନ୍ତି ଯେ "ମୋର ଇଣ୍ଟର ପରୀକ୍ଷଣ ପରେ ମୁଁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେଇଥିଲି । କିନ୍ତୁ ସେଥିରେ ମୁଁ ବିଫଳ ହୋଇଥିଲି। ପରେ ମୁଁ ବିଜ୍ଞାନରେ ସ୍ନାତକ ସମାପ୍ତ କଲି । ତଥାପି, ମୁଁ ସବୁବେଳେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଇଚ୍ଛୁକ ଥିଲି । ତେଣୁ ମୁଁ ମୋର ପରିଶ୍ରମ ଜାରୀ ରଖିଥିଲି ।"

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଚାକିରିରୁ ଅବସର ନେଇଛନ୍ତି ଜୟ କିଶୋର । ଝିଅ ଜ୍ୟୋତି ପ୍ରଭା ପ୍ରଧାନ ଡାକ୍ତରୀ ବିଡିଏସ ଦ୍ଵିତୀୟ ବର୍ଷରେ ବିଳାସପୁରରେ ପାଠ ପଢ଼ୁଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଫର୍ମାସୀରେ ଶିକ୍ଷାଲାଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+