କାଲି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ବଢ଼ିଲା ବାତ୍ୟା ଆଶଙ୍କା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଲଘୁଚାପ ଉତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତର-ପୂର୍ବ ଦିଗକୁ ଗତି କରିପାରେ । ଏହାର ପ୍ରଭାବରେ ୨୧ତାରିଖରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେବ । ୨୩ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।

rain

ସମୁଦ୍ରରେ ଥିବା ମତ୍ସଜୀବୀଙ୍କୁ ୨୩ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସିବା ସହ ୨୪ତାରିଖରେ ଉତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୫ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ଘଂଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଂଜ ଆଲର୍ଟ ଜାରି କରାଯାଇଛି । କାଲିଠାରୁ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିବ ।

୨୫ତାରିଖରେ ଉତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କିଛି ଆକଳନ କରିନାହିଁ । ଘଡ଼ଘଡ଼ି ବର୍ଷା ହେବା ବେଳେ ୩୦-୪୦କିଲୋମିଟର ବେଗରେ ପବନ ବହିପାରେ । ସେପଟେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+