୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ବହିବ ପବନ

ଭୁବନେଶ୍ୱର,୨୪/୦୫: ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିପାରେ ।

୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିବ । ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ ।

heavy rain and wind at a speed of 30 to 40 km

ଆରବସାଗର ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିବା ଜଳୀୟ ବାଷ୍ପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ଠାରେ ସର୍ବାଧିକ ୧୩୦ ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଚମ୍ପୁଆରେ ୧୦୬ ମିମି, କୋରାପୁଟ ସେମିଳିଗୁଡ଼ାରେ ୧୦୫ ମିମି, ନୂଆପଡ଼ା କୋମନାରେ ୧୦୦ମିମି, କୋରାପୁଟ ବନ୍ଧୁଗାଁରେ ୯୫ମିମି, ରାୟଗଡ଼ା କାଶୀପୁରରେ ୮୮, କୋରାପୁଟ ନନ୍ଦପୁରରେ ୮୫, କେନ୍ଦୁଝର ତେଲକୋଇରେ ୮୧, ଦିଗପହଣ୍ଡିରେ ୭୯, ଗୁଣପୁରରେ ୭୩, ବଲାଙ୍ଗିର ଦେଓଗାଁରେ ୭୨ମିମି, ଦେବଗଡ଼ରେ ୭୧.୬, ରାୟଗଡ଼ା କୋତ୍ରାଗୁଡ଼ାରେ ୭୦.୪, ବାଣପୁରରେ ୬୮, କନ୍ଧମାଳ ରାଇକିଆରେ ୬୬.୮ ଓ ମାଲକାନଗିରିର ମୈଥେଳିରେ ୬୫ ମିମି ବର୍ଷା ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+