ଡରାଇଲାଣି ଡେଙ୍ଗୁ, ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଡରାଇଲାଣି ଡେଙ୍ଗୁ, ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ପୁଣି ଡରାଇଲାଣି ଡେଙ୍ଗୁ, ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ । ଫଳରେ ଜିଲ୍ଲାରେ ମୋଟ୍ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୬୦୩କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଅଧିକ ରୋଗୀ ଚିହ୍ନଟ । ରାଜଧାନୀରେ ଅଗଷ୍ଟ ମାସରେ ୭୬୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଉପର ମୁହାଁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଲଗାଣ ବର୍ଷାରେ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା ।

ଭୁବନେଶ୍ୱରରେ ଡେଙ୍ଗୁ ଡର
ରାଜଧାନୀରୁ ୨୦୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ନୀଳାଦ୍ରିବିହାରରୁ ସର୍ବାଧିକ ୩୦୬ ରୋଗୀ ଚିହ୍ନଟ ହୋଇଥିଲେ, ନୟାପଲ୍ଲୀରୁ ୨୧୬, ୟୁନିଟ୍ ୯ରୁ ୧୪୭, ଆଇଆରସି ଭିଲେଜ୍ ଅଞ୍ଚଳରୁ ୧୬୦ ଏବଂ ଜୟଦେବବିହାରରୁ ୭୭ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଯାହାର ଚାପ ଏବେ ଦେଖିବା ପାଇଁ ମିଳିଛି ମେଡିକାଲରେ । କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କମ ପଡିଲାଣି ବେଡ୍ । ରୋଗୀଙ୍କ ପାଇଁ ୪୫ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ପ୍ରସ୍ତୁତ କରାଯାଇଛି ।












Click it and Unblock the Notifications