ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି- ମନ୍ମଥ ରାଉତରାୟ
ଶୁକ୍ରବାର ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବିଜେଡି ଏମ୍ପି ଦେବାଶିଷ ସାମନ୍ତରାୟ ବାହାରିଥିବାବେଳେ ତାଙ୍କ ପଛେ ପଛେ ବିଜେଡି କର୍ପୋରେଟର ଅଜିତ୍ ବେହେରା ମଧ୍ୟ ଶ୍ରୀମୟୀ ଯାହା କହିଛନ୍ତି ଠିକ୍ ବୋଲି କହିବା ପରେ ମୁହଁ ଖୋଲିଛନ୍ତି ମନ୍ମଥ ରାଉତରାୟ। ସେ କହିଛନ୍ତି, ବିଜେଡି ବିରୋଧରେ ଷଡ଼ଯନ୍ତ୍ର ହେଉଛି। ଏଥିରେ ଶ୍ରୀମୟୀଙ୍କୁ ମୋହରା କରାଯାଇଛି। ଶ୍ରୀମୟୀଙ୍କ ପଛରେ କିଛି ଦୋମୁହାଁ ସାପ ଅଛନ୍ତି। କିଛି ଗଣମାଧ୍ୟମକୁ ଧରି ବିଜେଡି ଭାଙ୍ଗିବାକୁ ଚକ୍ରବ୍ୟୁହ ରଚାଯାଇଛି। ନବୀନ ମେଡିକାଲରେ ଥିବାବେଳେ ସ୍ପାଏ କ୍ୟାମେରା ନେଇ କିଛି ଲୋକ ପଶିଥିଲେ। ନବୀନଙ୍କ ସ୍ବାସ୍ଥ୍ୟ କେମିତି ଭଲ ନ ହେଉ କିଛି ଲୋକ ଚାହୁଁଥିଲେ। ଦୋମୁହାଁଙ୍କୁ ଚିହ୍ନଟ ପାଇଁ ୩ ଥର ବୈଠକ ବସିଛି, ଠିକ୍ ସମୟରେ ଆକ୍ସନ ହେବ ବୋଲି ମନ୍ମଥ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦେବାଶିଷ ଜଣେ ବୁଦ୍ଧିଜୀବୀ, ଯଦି କ୍ଷୋଭ ଅଛି ସଭାପତିଙ୍କ ସହ ଆଲୋଚନା କରନ୍ତୁ। ସେହିପରି କର୍ପୋରେଟର ଅଜିତଙ୍କ ମନ୍ତବ୍ୟ ଅପରିପକ୍ବ ବୋଲି ସେ କହିଛନ୍ତି।












Click it and Unblock the Notifications