ଓଡ଼ିଶାରେ ଏତିକି IAS, IPS, IFS ପଦ ଖାଲି ରହିଛି
ବିଧାନସଭାରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଖାଲି ପଦବୀ ସମ୍ପର୍କରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ । ଆଜିର ବିଧାନସଭା ଅଧିବେଶନ କାଳରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓଡ଼ିଶାରେ ଆଇଏଏସ୍ (IAS), ଆଇପିଏସ୍ (IPS) ଏବଂ ଆଇଏଫଏସ୍ (IFS) କ୍ୟାଡରର ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା, ବର୍ତ୍ତମାନର ଖାଲି ପଦବୀ ଏବଂ ଏଗୁଡିକ ପୂରଣ ହେବାର ସମୟସୀମା ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଏକ ଲିଖିତ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ ସେବା (IPS) ଏବଂ ଭାରତୀୟ ବନ ସେବା (IFS) ଅଧିକାରୀଙ୍କ ପଦବୀଗୁଡିକ ସର୍ବଭାରତୀୟ ସେବାର ଅଂଶବିଶେଷ ଏବଂ ଏଗୁଡିକ ଭାରତ ସରକାରଙ୍କ ଦ୍ୱାରା ପୂରଣ କରାଯାଇଥାଏ। ଓଡ଼ିଶା କ୍ୟାଡରରେ ବର୍ତ୍ତମାନର ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା ଏବଂ ଖାଲି ପଦବୀର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

ଆଇଏଏସ୍ (IAS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୨୪୮
ବର୍ତ୍ତମାନ ଖାଲି ପଦବୀ: ୪୬
ଆଇପିଏସ୍ (IPS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୧୯୫
ବର୍ତ୍ତମାନ ଖାଲି ପଦବୀ: ୬୭
ଆଇଏଫଏସ୍ (IFS): ଓଡ଼ିଶା କ୍ୟାଡର
ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା: ୧୪୧
ବର୍ତ୍ତମାନ ଖାଲି ପଦବୀ: ୭୦
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications