Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ

ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟର ନାମକରା ବିଶ୍ୱବିଦ୍ୟାଳୟ । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ ପାଠ ପଢାଉଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

ମନ୍ତ୍ରୀ ଏ ସମ୍ପର୍କରେ ଉତ୍ତର ରଖି କହିଥିଲେ ଯେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ ପଦବୀ ଅଛି । ସେ ମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା । ଏଥିସହିତ ୧୩୦୭ଟି ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯,ସମ୍ବଲପୁରରେ ୬୪,ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ୧୧୩, ବିକ୍ରମଦେବରେ ୭୮, ଗଙ୍ଗାଧର ମେହେର ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୮୧ ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

963 guest lecturers in 17 universities of the state

ଖାଲି ସେତିକି ନୁହେଁ, ରାଜ୍ୟର ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୬, ରେଭେନ୍ସାରେ ୧୫୭,ଖଲ୍ଲିକୋଟରେ ୧୧୨,ରାଜେନ୍ଦ୍ରରେ ୧୦୬, ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୧୧ ପ୍ରଫେସର ପଦବୀ ଖାଲି ପଡ଼ିଛି ବୋଲି ରିପୋର୍ଟ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+