ରାଜ୍ୟରେ ରହିଛି ୭୧୯ ବେଆଇନ ଆପାର୍ଟମେଣ୍ଟ, ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଲେ ମନ୍ତ୍ରୀ

ରାଜ୍ୟରେ ରହିଛି ୭୧୯ ବେଆଇନ ଆପାର୍ଟମେଣ୍ଟ । ଆଜି ବିଧାନସଭାର ସପ୍ତମ ଦିନରେ ଚାଲିଛି ପ୍ରଶ୍ନ କାଳ । ଏହି ସମୟରେ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ ବିଭିନ୍ନ ସହରରେ ବେଆଇ ଆପାର୍ଟମେଣ୍ଟ ସଂଖ୍ୟା କେତେ?

Krishna Chandra Mahapatra

ଭୁବନେଶ୍ୱରରେ କେତେ ସଂଖ୍ୟକ ବେଆଇନ ଆପାର୍ଟମେଣ୍ଟ ରହିଛି? ଆଇନ ସମ୍ମତ ନଥାଇ ଏହି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ବିଲଡରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯାଇଛି?

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ବେଆଇନ କୋଠାବାଡି ନିର୍ମାଣ କରୁଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ମାନଙ୍କ ବିରୋଧରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ର ଧାରା ୯୦, ୯୧, ୯୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି ।

ରାଜ୍ୟରେ ବିଭିନ୍ନ ସହରରେ ବେଆଇନ ଗଠିତ ସମସ୍ତ ଆପାର୍ଟମେଣ୍ଟ ଗୁଡିକର ବିଧିବଦ୍ଧ ଆକଳନ କରାଯାଇନଥିଲେ ମଧ୍ୟ, ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହର ମାନଙ୍କରେ ୭୧୯ଟି ମାମଲା ବେଆଇନ କୋଠାବାଡି ବିରୋଧରେ ଦାଖଲ ହୋଇଛି । ୬୮୯ଟି ମାମଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିନରେ ଦାୟର ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+