ଓଡ଼ିଶାରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ
Odisha News: ୨୦୨୪ ମହିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ରିପୋର୍ଟ ଅନୁସାରେ, ଓଡ଼ିଶାରେ ରହିଛନ୍ତି ୨୭ ଟି ମହାବଳ ବାଘ ଓ ୨ ହଜାର ୯୮ଟି ହାତୀ । ସେହିପରି ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର,ସାତକୋଶିଆରେ ୯୭, ଶିମିଳିପାଳରେ ୭୬ ଏବଂ ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ରହିଛନ୍ତି । ଏନେଇ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ବିଧାନସଭାବେ ତଥ୍ୟ ରଖିଛନ୍ତି ।

ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ରହିଥିବା ବେଳେ ସାମୁଦ୍ରିକ ଅଞ୍ଚଳରେ ୭୪୩ଟି ଡଲଫିନ ରହିଛନ୍ତି । ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶୀ ପକ୍ଷୀ ଥିବା ନେଇ ସୂଚନା ରଖିଛନ୍ତି ମନ୍ତ୍ରୀ । ସେହିପରି ଚଳିତ ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ବତ୍ୟା ବନ୍ୟା ଓ ସାମୁଦ୍ରିକ ଝଡରୁ ରକ୍ଷା କରିବା ପାଇଁ ଝାଉଁବଣର ଜଙ୍ଗଲ ସୃଷ୍ଚି କରାଯାଇଛି ।












Click it and Unblock the Notifications