ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ୧୪୩୦ ପ୍ରଧ୍ୟାପକ ପଦବୀ

ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ପଡିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି । ସେଥିରୁ ୨୬୧ପ୍ରାଧ୍ୟାପକ, ୪୫୯ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଫାଙ୍କା ପଡିଛି । ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଆଜି ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

universities

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତିମାନଙ୍କ ସାକ୍ଷାତକାର ସରିଛି । ସେପଟେ ସରକାରୀ ମହାବିଦ୍ୟାଳୟରେ ୫୫୬ଅଧ୍ୟାପକ ପଦବୀ ଖାଲି ପଡିଛି । ୩୮୫ପଦବୀ ପାଇଁ ଓପିଏସସି ବିଜ୍ଞାପନ ଜାରି କରିଥିଲେ, ତାହାର ଚୟନ ପ୍ରକ୍ରିୟା ଜାରି ରହିଛି । ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରିଛନ୍ତି । ରାଜ୍ୟରେ ବେସକାରୀ ଅନୁଦାନ ପ୍ରାପ୍ତ କଲେଜରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+