ରାଜ୍ୟରେ ଫାଙ୍କା ପଡିଛି ୧୩୫୩ ପ୍ରଫେସର ପଦବୀ, କେମିତି ହେବ ପୂରଣ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ଫ୍ରଫେସର ପଦବୀ ଖାଲି ରହିଛି । ଖୁବ ଶୀଘ୍ର ଏହି ପଦବୀ ପୂରଣ କରାଯିବ । ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ ଯେଉଁ କୁଳପତିଙ୍କର ଯେଉଁ ଆଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି । ପାଖାପାଖି ୨ ହଜାର ନନ ଟିଚିଂ ଷ୍ଟାଫ ପଦବୀ ଖାଲି ଅଛି । SSB ମାଧ୍ୟମରେ ଏହାକୁ ମଧ୍ୟ ପରିପୂରଣ କରାଯିବ । ବିଶ୍ୱବିଦ୍ୟାଳୟ ଗୁଡିକୁ ଖୁବ ଶୀଘ୍ର ଇକ୍ୟୁସନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ପ୍ରସଙ୍ଗରେ ଆଲୋଚନା:
ଉଚ୍ଚଶିକ୍ଷା ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, 'ବିଶ୍ୱବିଦ୍ୟାଳୟ ଗୁଡିକରେ ନୂତନ ଭାବରେ ବିଲଡିଂ କମିଟି, ଫାଇନାସ କମିଟି ସଂଯୋଗ କରାଯାଇଛି, ତାହାର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଛି । ଉଚ୍ଚଶିକ୍ଷା ବିଭାଗର କିଛି ବାହାର କମ୍ପାନୀ ସହ ମଧ୍ୟ ଆଜି MOU ହୋଇଛି, ଶିକ୍ଷିତ ଯୁବକ ଏବଂ ଯୁବତୀଙ୍କୁ କେଉଁ ଭଳି ନିଯୁକ୍ତି ମିଳିପାରିବ ସେ ସମ୍ପର୍କରେ MOU ହୋଇଛି ।'

ନିଯୁକ୍ତିରେ ପୂର୍ବରୁ ସମୟ ସୀମା ଥିଲା ବର୍ତ୍ତମାନ ରହିବ ନାହିଁ:
ପୂର୍ବରୁ ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ନଥିଲା, କିନ୍ତୁ ଏବେ ସରକାର ପୂର୍ବରୁ ହିଁ ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାଶୀଳ କରିବାକୁ ବ୍ୟବସ୍ଥା କରୁଛନ୍ତି । ବର୍ଷ ଆରମ୍ଭରୁ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଭଳି ଜଣେ ଅବସର ନେବା ପରେ ସାଙ୍ଗେ ସାଙ୍ଗେ ସେହି ସ୍ଥାନରେ ଆଉ ଜଣେ ସରକାରୀ କର୍ମଚାରୀ କାର୍ଯ୍ୟ କରିବା ଆରମ୍ଭ କରିବେ ।
କଣ ନିୟମ ରହିଛି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪:
ନିଯୁକ୍ତି ପକ୍ରିୟା:
ସରକାରୀ ବିଶ୍ୱବିଦ୍ୟାଳୟରେ ନ୍ୟାୟିକ ମାମଲା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକିୟାରେ ଉପୁଜିଥିଲା ଅନେକ ସମସ୍ୟା । ତେବେ ଏହାକୁ ଏଡ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସୁନିଶ୍ଚିତ କରାଯିବ । ଏହା ସହିତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାନଯାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ହିଁ କରାଯିବାର ବ୍ୟବସ୍ଥା ରହିଛି । ଏଥିସହିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ, ଉପ-ପାଠ୍ୟକ୍ରମର ବିଷୟ ବସ୍ତୁ ଏବଂ ବିଷୟ ଭିତ୍ତିକ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକମାନଙ୍କର ନିଯୁକ୍ତିକୁ ସୁନିଶ୍ଚିତ କରାଯାଇପାରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
କିପରି ରହିବ କୁଳପତି ଚୟନ:
ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ଏକ କମିଟି ଗଠନ କରାଯିବ । ଏହି କମିଟିରେ ୩ ଜଣ ସଦସ୍ୟ ରହିବେ । ଯାହା କମିଟିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷାବିତ୍ ସଦସ୍ୟ ଭାବରେ ରହିପାରିବେ । ଯାହା ଫଳରେ କି କୁଳପତି ଚୟନ ପ୍ରକ୍ରିୟାରେ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଭାବରେ କରାଯାଇପାରିବ। ତେବେ ଏହି ନିୟମ ଅନୁଯାୟୀ କୁଳପତିଙ୍କ ବୟସ ସୀମା ସାଧାରଣ ଭାବରେ ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି ।












Click it and Unblock the Notifications