ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ, ମୟୂରଭଞ୍ଜରେ ସର୍ବାଧିକ

ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଗୃହରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ବ୍ଲକରେ କେତୋଟି ବିଇଓ ପଦବୀ ଖାଲିପଡ଼ିଛି? ଆଉ ଏହା କେବେ ସୁଦ୍ଧା ପୂରଣ ହେବ?

education officer

ଏହାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟର ବିଭିନ୍ନ ବ୍ଲକରେ ମୋଟ ୧୦୫ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ ଫାଙ୍କା ପଡ଼ିଛି । ରାଜ୍ୟର ୧୮୦୪ ପ୍ରାଇମେରି ସ୍କୁଲ, ୩୮୬୫ ୟୁପି ସ୍କୁଲ ଏବଂ ୧୭୭୨ ହାଇସ୍କୁଲରେ ଛାତ୍ରୀ ଛାତ୍ରୀ ତୁଳନାରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି ।

ସେପଟେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ବିଧାନସଭାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି । ତା ଭିତରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡ଼ିଛି । ତେବେ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ଦେଖିଲେ ସବୁଠୁ ଅଧିକ ଅଧ୍ୟାପକ ମରୁଡି ଦେଖିବାକୁ ମିଳିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+