ସାକ୍ଷୀଗୋପୀନାଥ ମନ୍ଦିର ପରିସରରୁ ଚୋରି, ମଦନମୋହନ ମନ୍ଦିର ତାଲା ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ

ସାକ୍ଷୀଗୋପୀନାଥ ମନ୍ଦିର ପରିସରରୁ ଚୋରି । ମଦନମୋହନ ମନ୍ଦିର ତାଲା ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ । କେତେ ଟଙ୍କାର ଚୋରି ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି । ତେବେ ସତ୍ୟବାଦୀ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । କେମିତି କେଉଁ ପରିସ୍ଥିତିରେ ସେମାନେ ଚୋରି ଗଲେ ତାହା ଜଣା ପଡି ନାହିଁ ।

Sakshi Gopinath templepuri

ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡି ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଥିଛନ୍ତି । ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି ।

ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରେ ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଥିଲେ । ଆଉ ଗୋଟିଏ ହୁଣ୍ଡି ନେଇ ଯାଇଛନ୍ତି ।

ସୂଚନା ଅନୁଯାୟୀ, ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସିସି କ୍ୟାମେରା ମନିଟରଟିକୁ ବି ଚୋରି କରି ନେଇ ଯାଇଛନ୍ତି ଦୂର୍ବୂତ୍ତ । ଚୋର ମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଚୋର ମାନେ ମୋଟ ୬ଟି ତାଲା ଭାଙ୍ଗିଥିବା ଜଣାପଡ଼ିଛି ।

ପୁଲିସ ସି ସି କ୍ୟାମେରା ହାର୍ଡ ଡିସ୍କଟିକୁ ଜବତ କରି ନେଇଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଏସ ଡ଼ି ପି ଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା, ସେକେଣ୍ଡ ଅଫିସର ସୁରମା ସ୍ୱାଇଁ ଓ ଫରେନସିକ ଟିକ ଟିମର ବିରଜା ପ୍ରସାଦ ସାମଲ ଆଙ୍ଗୁଳି ଛାପ ବିଶେଷଜ୍ଞ, ଜିଲ୍ଲା ଅପରାଧ ତଦନ୍ତ ବିଜ୍ଞାନାଗାର ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ ଓ ଫଟୋ ଗ୍ରାଫର ରମେଶ ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ବେଳେ ସନ୍ଧାନୀ କୁକୁର ସାକ୍ଷୀଗୋପାଳ ମନ୍ଦିର ଠାରୁ ସାକ୍ଷୀଗୋପାଳ ଗେଟ ବଜାର କଳିଙ୍ଗ ବିହାର ପର୍ଯ୍ୟନ୍ତ ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+