ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ଲୁଟେରା ଗିରଫ
Odisha News: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଜଣେ ଲୁଟେରାକୁ ଗିରଫ କରାଯାଇଛି । କମିଶନରେଟ୍ ପୋଲିସ ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କରିଥିବା ନେଇ ସୂଚନା ରହିଛି । ସେହିପରି ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ନିରଞ୍ଜନଙ୍କ ଘରୁ ଲୁଟ୍ ପୂର୍ବରୁ ଆଉ ଜଣଙ୍କ ଘରୁ ମଧ୍ୟ ଚୋରି କରାଯାଇଥିଲା ।

ସୂଚନା ଅନୁସାରେ, ବିଶାଖାପାଟଣାରୁ ଲୁଟେରାକୁ କାବୁ କରିଛି ପୋଲିସ । ଅଭିଯୁକ୍ତ ପାଖରୁ ସୁନା, ହୀରା ଏବଂ ଟଙ୍କା ଜବତ କରାଯାଇଛି । ସେହିପରି ଉକ୍ତ ଅଭିଯୁକ୍ତ ଜଣକ ନୟାପଲ୍ଲୀ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପସି ପ୍ରାୟ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଇଆରସି ଭିଲେଜରେ ସ୍ଥିତ ଘରୁ ଦୁଇ ଥର ଚୋରି ଉଦ୍ୟମ କରାଯାଇଛି । ଘରେ ଲାଗିଥିବା ସିସିଟିଭି ଫୁଟେଜରେ ମଧ୍ୟରେ ଚୋରର ଭିଡିଓ କଏଦ ହୋଇଥିଲା ।












Click it and Unblock the Notifications