ପୁଲିସକୁ ତୀରମାଡ କରୁଥିବା ଯୁବକ ହେଲା କାବୁ , ଜବତ ହେଲା ତୀର, ବାଟୁଳି
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ବ୍ୟକ୍ତି ଧରାପଡିଲା , ତୀରମାଡ କରୁଥିବା ଯୁବକ ଧନୀ ମୁଣ୍ଡା । ଡିଭିଏଫ ଟିମ ଚତୁରତାର ସହ ସ୍କୁଲର ତୃତୀୟ ମହଲାରୁ କାବୁ କରିଛି। ତୀର, ବାଟୁଳି, ଅନ୍ୟାନ୍ୟ ସାମଗ୍ରୀ ଜବତ କରି ମହଲପଦା ଥାନାକୁ ତାଙ୍କୁ ନିଆଯାଇଛି।
୪ ଦିନ ହେଲା ହେଲା ସ୍କୁଲକୁ କବଜା କରି ରଖିଥିଲା ଏହି ଯୁବକ। ସ୍କୁଲ ଛାତ ଉପରେ ରହି ଧନୁ ତୀର ଓ ବାଟୁଳି ଧରି ଆତଙ୍କରାଜ ଚଳାଇଥିଲା । ସ୍କୁଲ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଉଥିଲା । ତାଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ଗତକାଲି ତାଙ୍କୁ କାବୁ କରିବାକୁ ଯାଇଥିବା ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନଙ୍କୁ ସେ ତୀର ମାରି ଦେଇଥିଲେ।

ସ୍କୁଲ ଛାତ ଉପରେ ଥିବା ଧନୀ ମୁଣ୍ଡାକୁ କାବୁ କରିବାକୁ ବଣାଇ ଏସ୍ଡିପିଓଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ଓ ନିକଟସ୍ଥ ୩ଟି ଥାନାର ଆଇଆଇସି ଉଦ୍ୟମ ଚଳାଇଥିଲେ । ସନ୍ଧାନୀ କୁକୁରକୁ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇଥିଲା । ଆଉ ଶେଷରେ ଆଜି ହୋଇଛି କାବୁ ।












Click it and Unblock the Notifications