ପୁଣି ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧି କାମରେ ଚାଲିଗଲା ନାତିର ଜୀବନ
ପୁଣି କଟକ ମହାନଦୀରେ ଘଟିଲା ଅଘଟଣ । ଜେଜେଙ୍କ ପିଣ୍ଡ ଦାନ କରିବାକୁ ଆଜି ଚାଲିଗଲ ନାତିର ଜୀବନ । କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ତାଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ।

ସଂପର୍କୀୟଙ୍କ ସୂଚନା ଅନୁଯାୟୀ, ୧୦ ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଯାଇଥିଲା। ଆଜି ଦଶତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ବେଳେ ରୂପକ ଅଚାନକ ନଦୀକୂଳରେ ଥିବା ଏକ ଉଚ୍ଚସ୍ଥାନରୁ ନଦୀକୁ ଡେଇଁ ପଡ଼ିଥିଲେ। ତା'ପରେ ସେ ନିଖୋଜ ହୋଇଯାଇଥିଲେ।
ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା। ତେବେ ସେ କାହିଁକି ନଦୀକୁ ଡେଇଁଲେ ତାହା ଜଣାପଡ଼ିନାହିଁ।












Click it and Unblock the Notifications