ଭାରତର ବିକାଶ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ, କିନ୍ତୁ ଓଡ଼ିଶା ପଛରେ, ବର୍ଷିଲେ ହେମାମାଳିନୀ

ଓଡ଼ିଶାରେ ହେମାମାଳିନୀ । ଭୁବନେଶ୍ୱର ସାଲିଆ ସାହିରେ ବିଜେପିର ଆଶୀର୍ବାଦ ସଭା । ସଭାରେ ଯୋଗଦେଲେ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଲେ । ସେହିପରି ଭୁବନେଶ୍ୱରରେ ରାଜ୍ୟସରକାରଙ୍କ ବିଫଳତା କଥା କହିବା ସହ ମୋଦୀଙ୍କ ସଫଳତାକୁ କହିଥିଲେ ।

Hema Malini

ହେମାମାଳିନୀ କହିଥିଲେ, ଏଠାରେ ପୂର୍ବରୁ କଂଗ୍ରେସର ସରକାର ଥିଲା । ତା ପରେ ୨୫ ବର୍ଷ ହେବ ବିଜେଡି ଶାସନ କରୁଛି । ଓଡିଶା ଏବେ କେଉଁ ସ୍ଥିତିରେ ଅଛି । ଭ୍ରଷ୍ଟାଚାର ବଢୁଛି, ବେରୋଜଗାର ବଢୁଛି । ଓଡିଶା ବହୁତ ଭଲ ସାଂସ୍କୃତି ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି । ପର୍ଯ୍ୟଟନର ବହୁତ ବିକାଶ ହୋଇପାରିବ । ହେଲେ ବିଜେଡି ସରକାର ୨୫ ବର୍ଷ ହେବ ଧ୍ୟାନ ଦେଇ ନାହାନ୍ତି । ୨୫ ବର୍ଷ ହେବ ଗୋଟିଏ ସ୍ଥାନରେ ଗୋଟିଏ କାମ କରି ଆସୁଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକାଶ ଦେଖି ବିଶ୍ୱ ବି ଚକିତ । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦୀ ଅନେକ ଯୋଜନା କରିଛନ୍ତି । ହେଲେ ମୁଁ ଦୁଃଖିତ ଏହା ଓଡିଶାବାସୀଙ୍କ ପାଖରେ ପହଞ୍ଚି ପାରୁନି । ମୋଦୀ ସରକାର ୧୮ ଲକ୍ଷ କୋଟି ଓଡିଶାକୁ ଦେଇଛନ୍ତି ବିକାଶ ପାଇଁ । ହେଲେ ଏଠାରେ କିଛି ବିକାଶ ମୋତେ ଦେଖାଯାଉନି ।

ଭାରତର ବିକାଶ ଦେଇ ବିଶ୍ୱ ଆଶ୍ଚର୍ଯ୍ୟ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଓଡ଼ିଶାରେ ସେ ସୁବିଧା ପହଞ୍ଚିନି। ୧୮ଲକ୍ଷ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାତ୍ର ଏଠାରେ ବିକାଶ ହୋଇପାରିନି। ଓଡ଼ିଶାରେ ବିଜେପି ସରକାର ହେଲେ ଅନେକ ଉନ୍ନତି ହେବ। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦୁର୍ନୀତିର ମୂଳପୋଛ କରିଛନ୍ତି କହିଲେ। ଓଡ଼ିଶାରେ ବିଜେପି ସରକାର ଆସିଲେ ଅନେକ ଉନ୍ନତି ହେବ। ସମସ୍ତଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କଲେ ହେମାମାଳିନୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+