ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା: ସଜେଇ ହେଲାଣି ଢେଙ୍କାନାଳ ମହିମାଗାଦୀ ପୀଠ
ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୨ରୁ ୨୪ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ଏନେଇ ବାହାରୁ ସାଧୁସନ୍ଥଙ୍କ ସମାଗମ ହେବ । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି ।
ମାଘମାସରେ ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ସେଥିପାଇଁ ସଜେଇ ହେଲାଣି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦୀ ପୀଠ । ଯୋରନ୍ଦା ମହିମାଗାଦୀ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହେଲାଣି ।
ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ ୨ ଦିନ ଧରି ଜଳିବ ଝାଡଦୀପ। ସୂର୍ଯ୍ୟଙ୍କୁ ପୂଜାରୁ ନେଇ ସମସ୍ତ ନୀତି ପାଳିବେ ମହିମାଧର୍ମୀ ମାନେ । ଏହି ଅବସରରେ ମୁଖ୍ୟ ଆକର୍ଷଣ ପାଲଟିବ ଝାଡଦୀପ । ମହଣ ମହଣ ଘିଅରେ ଆହୂତି ଦିଆଯିବ । ଚଳିତ ବର୍ଷ ୪ଲକ୍ଷ ଭକ୍ତ ସମାଗମ ହେବାକୁ ଥିବାବେଳେ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି

ଜିଲ୍ଳାପାଳ ଆହୁରି କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ସବୁ ପ୍ରକାର ଶେଷ ହୋଇଛି। ମେଳାଟି ବିଗତ ଦିନ ଅପେକ୍ଷା ଆହୁରି ଭଲରେ ହୋଇପାରିବ ସେନେଇ ଚେଷ୍ଟା କରାଯାଇଛି।












Click it and Unblock the Notifications