ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା; ହଜାର ହଜାର, ସାଧୁ-ସନ୍ଥ ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକଙ୍କ ସମାଗମ
ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର, ସାଧୁ, ସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହେବେ । ସେଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ । ତ୍ରିସନ୍ଧ୍ୟା ପୂଜା ପରେ ଭକ୍ତଙ୍କ ମଙ୍ଗଳ ପାଇଁ ମହିମା ସନ୍ୟାସୀମାନେ ଗାଦି ମନ୍ଦିରର ଚାରିଦ୍ବାରରେ ଝାଡ଼ଦୀପ ପ୍ରଜ୍ବଳନ କରିବେ।
ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମେଳାକୁ ବହୁ ସାଧୁସନ୍ଥ ମାନେ ଆସୁଥିବା ଦେଖିବାକୁ ମିଳିଛି । ମହଣ , ମହଣ ଘୃତରେ ବିଶ୍ଵର ମଙ୍ଗଳ ପାଇଁ ତଥା ଜଗତ, ଭଗତ ମାନଙ୍କର ମଙ୍ଗଳ କାମନା କରି ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱିତ । ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡାଯିବ । ମାନସିକ ଧାରୀ ମାନେ ଚୁଟି ମଣ୍ଡଳ କରିବେ । ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ, ନିଜ ପରିବାରର ମଙ୍ଗଳ କାମନା କରିବେ । ହେବାକୁ ବାବା ମାନେ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

ସେହିପରି ପ୍ରତିବର୍ଷ ବ୍ୟବସାୟ ପାଇଁ ଆସୁଥିବା ଦୋକାନୀ ମାନେ ନିଜ ନିଜର ବ୍ୟବସାୟ ପାଇଁ ଟେଣ୍ଟ ଲଗାଇଲେଣୀ ଚଳିତ ବର୍ଷ ଭଲ ବ୍ୟବସାୟ କରି ଭଲ ରୋଜଗାର କରିବାକୁ ଆଶା କରିଛନ୍ତି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି, ଶୃଙ୍ଖଳା ସହ ମେଳା ଦେଖିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି Iଆସନ୍ତା୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଯୋରନ୍ଦା ମେଳା ।












Click it and Unblock the Notifications