ବରଗଡ଼ ପାଲଟିଲା ମଥୁରା ନଗରୀ
ବରଗଡ଼: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ବରଗଡ଼ ପାଲଟିଛି ମଥୁରାନଗରୀ । ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ମଧ୍ୟ ହୋଇଛି । କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ । ଧନୁଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ଼ ସହର ମଥୁରା କଟକରେ ରୂପାନ୍ତର ହୋଇଥିବାବେଳେ ଅମ୍ବାପାଲି ପାଲଟିଯାଇଥାଏ ଗୋପପୁର ।
ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ହୋଇଯାଏ ଯମୁନା ନଦୀ । ଉଭୟ ଜନପଦିବାସୀ ହୋଇଯାଇଥାନ୍ତି ମଥୁରା ଓ ଗୋପପୁରବାସୀ । ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ । ଏଗାର ଦିନର ଯାତ୍ରାରେ ସେ ହେଉଛନ୍ତି ମହାନାୟକ, ସର୍ବେସର୍ବା ।

ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ୱ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିରେ ସାମିଲ ହେବା ପାଇଁ ବିଦେଶର ସ୍ୱତନ୍ତ୍ର ସାଂସ୍କୃତିକ ଦଳଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେହିଭଳି ସବୁଥର ଭଳି ଏଥର ମଧ୍ୟ ଧନୁଯାତ୍ରାରେ ଏକାଦଶ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ ।
ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ । ଆରମ୍ଭ ହୋଇଯାଇଛି ବିଶ୍ୱର ସର୍ବବୃହତ ରଙ୍ଗମଂଚରେ ନାଟ୍ୟ ଅଭିନୟ । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଧୁରାନଗରୀ । ୧୧ ଦିନ ଧରି ଚାଲିବ ମହାରାଜଙ୍କ ରାଜୁତି ।












Click it and Unblock the Notifications