ଆଜିଠୁ ୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ
ଆଜି (ବୁଧବାର)ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସ ରାଜୁତି। ଏଥିପାଇଁ ପ୍ରସ୍ତୁତ ହୋଇଗଲାଣି ରାଜଦରବାର। ମହାରାଜ କଂସଙ୍କ ପାଇଁ ରାଜମୁକୁଟ ଓ ହସ୍ତୀ, ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ଓଟ, ଘୋଡ଼ା ଆଦି ସବୁ ସେବାରେ ଲାଗିବାକୁ ପ୍ରସ୍ତୁତ ହୋଇଯାଇଛି। ଆସନ୍ତାକାଲିଠାରୁ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ।













Click it and Unblock the Notifications