ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ତାର କାମ
Puri News: ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ତାର କାମ । ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ତାର ମରାମତି କାମ ପ୍ରାୟତଃ ସରିଛି ବର୍ତ୍ତମାନ ବାହାର ରତ୍ନଭଣ୍ତାର କାର୍ଯ୍ୟ ଚାଲିଛି ଯାହା ଖୁବ୍ ଶୀଘ୍ର ସରିବା ନେଇ ସୂଚନା ରହିଛି । ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ତାର ମରାମତି କାମ ଶେଷ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ ।

ସୂଚନା ଅନୁସାରେ, ରତ୍ନ ଭଣ୍ଡାର ଭିତର ମରାମତି କାମ ପ୍ରାୟତଃ ସରିଛି କେବଳ ଚଟାଣ ନବୀକରଣ ବାକି ରହିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଆଶା ରଖିଛନ୍ତି ଯେ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ତାର ମରାମତି କାମ ଶେଷ ହୋଇଯିବ ।












Click it and Unblock the Notifications