ଆଜିଠୁ ନାଟ ମଣ୍ଡପ କାମ ଆରମ୍ଭ, ରାତିରେ ଦର୍ଶନ ଦେବେ ମହାପ୍ରଭୁ

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଫାଟ ମରାମତି କାମ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ମାର୍ଚ୍ଚ ୧୯ ତାରିଖ ଯାଏଁ ରାତି ୨ଟାରେ ଦ୍ୱାର ଫିଟା ନୀତି ହେବ। ଏନେଇ ଛତିଶାନିଯୋଗ ସ୍ଥିର ହୋଇଛି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ପରେ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏଁ ନାଟମମଣ୍ଡପ ମରାମତି କରିବ ଏଏସଆଇ। ତେଣୁ ଠାକୁରଙ୍କ ଆଗୁଆ ନୀତିକାନ୍ତି ସାରିବା ସହ କାମ ଚାଲୁଥିବା ବେଳେ କୌଣସି ବଡ଼ ନୀତି ନରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବକ ନିଯୋଗ ସହ ଆଲୋଚନା କରିଥିବା କହିଛି। ତା'ସହ ସେହି ସମୟରେ ଦର୍ଶନ ମଧ୍ୟ କିଭଳି ସୁରୁଖୁରୁରେ ଚାଲିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

Puri temple

ନାଟମଣ୍ଡପ ମରାମତି ଚାଲୁଥିବାରୁ ଭକ୍ତମାନେ ଆଉ ପୂର୍ବଭଳି ଗୁରୁଡ଼ ସ୍ତମ୍ଭ ପଛପଟକୁ ଯାଇ ପାରିବେ ନାହିଁ। ବାହାର କାଠ ପାଖରୁ ଜାଲି ଦ୍ୱାରକୁ ଲାଇନ୍‌ରେ ଯିବେ। ସେଠୁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ସାରି ବେହରଣ ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ୭ଟା ପରେ ମରାମତି ସରିଲେ ସନ୍ଧ୍ୟା ଧୂପ ହୋଇ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। ତେବେ ମନ୍ଦିର ପ୍ରଶାସନ ନିଜେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ନହେଲେ ଶୃଙ୍ଖଳିତ ନୀତିକାନ୍ତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ତେଣେ ନୀତି ପ୍ରଶାସକ କହିଛନ୍ତି, ଦର୍ଶନ ଓ ମରାମତି ଏକାସାଙ୍ଗେ ବିନା ବାଧାରେ ଚାଲି ପାରିବ।

ସେପଟେ ବୁଧବାର ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଶ୍ରୀମୁଖ ଶୃଙ୍ଗାର ଆରମ୍ଭ ହେଲା ବେଳକୁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା। ଫଳସ୍ୱରୂପ ପଛକୁ ପଛ ନୀତି ଡେରି ହେଲା ଓ ଶ୍ରୀଜୀଉଙ୍କ ରାତ୍ର ପହୁଡ଼ ବେଳକୁ ଭୋର୍‌ ୪ଟା ବାଜି ଗଲା। ଯେଉଁଥିପାଇଁ ଆଜି ଦ୍ୱାର ଫିଟା ହେଲା ବେଳକୁ ସକାଳ ସାଢ଼େ ୬ ପାର୍। ମଙ୍ଗଳଆଳତୀ ସରି ଦର୍ଶନ ବେଳକୁ ୭ଟା ୨୦।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+