ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି, ମଇଦାନରେ ୧୪ ପ୍ରାର୍ଥୀ
ରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି। ବଡ଼ କଥା ହେଲା ଶୁକ୍ରବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲେବି, ଜଣେ ବି ପ୍ରାର୍ଥୀ ନିଜ ନାଁ ପ୍ରତ୍ୟାହାର କରିନାହାଁନ୍ତି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ୧୪ ପ୍ରାର୍ଥୀ।

ପୂର୍ବରୁ ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିଥିଲା। ଏଥିରେ ନାମାଙ୍କନ ଦାଖଲ କରିଥିବା ୧୯ ଜଣଙ୍କ ମଧ୍ୟରୁ ବାଦ୍ ପଡ଼ିଥିଲେ ୫ ପ୍ରାର୍ଥୀ। କାଏମ ରହିଥିଲା ୧୪ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର । ଆଉ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ସୁଦ୍ଧା କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିବାରୁ ଉକ୍ତ ୧୪ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଉଥିବା ସ୍ପଷ୍ଟ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଉପନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀ ହେଲେ, ଭାରତୀୟ ଜନତା ଦଳରୁ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନା। ସେହିଭଳି ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ, ଇ. ଚକ୍ରାନ୍ତ ଜେନା, ଭୁବନ ଲାଲ ସାହୁ, କିଶୋର କୁମାର ବାଗ, ନୀତା ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି, ଭକ୍ତବନ୍ଧୁ ଧରୁଆ ଓ ଲୋଚନ ମାଝୀ ପ୍ରମୁଖ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ।
ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଥିବାବେଳେ ୧୪ ତାରିଖ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ।












Click it and Unblock the Notifications