ଘୁଷୁରି ମାରି ଖାଇଲା ବାଘୁଣୀ ‘ଜୀନତ୍
ବାଘୁଣୀ 'ଜୀନତ୍ ଏକ ଘୁଷୁରିକୁ ମାରି ଖାଇଥିବା ଜଣାଯାଇଛି। ଏହା ତାର ପ୍ରଥମ ଶିକାର। ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଘୁଣୀ 'ଜୀନତ୍ ଏକ ଘୁଷୁରିକୁ ମାରି ଖାଇଥିଲା। ଏହା ଭଲ ଲକ୍ଷଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତାର ଦେହ ଭଲ ଥିବା ସୂଚନା ରହିଛି।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି କରିଛି ଆଉ ଏକ ବାଘୁଣୀ 'ଜୀନତ୍'। ଗତକାଲି ସକାଳ ୯ଟାରେ ତାକୁ ଶିମିଳିପାଳ କୋର୍ ଅଞ୍ଚଳରେ ଥିବା ଏନ୍କ୍ଲୋଜରରେ ଛଡ଼ାଯିବା ପରେ ସେ ଖୁଆଡ଼ରୁ ବାହାରି ଦୌଡ଼ି ବୁଲିଥିଲା।
ମହାରାଷ୍ଟ୍ର ରାଜ୍ୟର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ମାଈ ବାଘ ଶିମିଳିପାଳକୁ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଘୁଣୀ 'ଯମୁନା'କୁ ଅଣାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଗତକାଲି ବାଘୁଣୀ 'ଜୀନତ୍' ଏଠାରେ ପହଞ୍ଚିଛି। ୧୩ ତାରିଖ ଅପରାହ୍ନ ୪ଟା ବେଳେ 'ଜୀନତ୍' ପହଞ୍ଚିବା ପରେ ତାକୁ ଯଶିପୁର ପଟୁ ଶିମିଳିପାଳ ଭିତରକୁ ନିଆଯାଇଥିଲା।












Click it and Unblock the Notifications