ରାଜ୍ୟରେ ବଢିବ କୁହୁଡି, ସତର୍କ କରାଇଲା ପାଣିପାଗ ବିଭାଗ
ଆସନ୍ତା ୨ ଦିନ କୁହୁଡି ଚେତାବନୀ । ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ସମ୍ଭାବନା ।

ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା । ସେହିପରି ଗଞ୍ଜାମ, ଗଜପତି, ନୟାଗଡରେ କୁହୁଡି ନେଇ ଚେତାବନୀ ଜାରି କରିଛି ପାଣିପାଗ
ବିଭାଗ । ମୟୂରଭଞ୍ଜ ଓ କେନ୍ଦୁଝରରେ ଅନୁଭୂତ ହେବ କୁହୁଡି। ତେବେ କୁହୁଡିକୁ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । କିନ୍ତୁ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।












Click it and Unblock the Notifications