୨୦ ଯାଏ ରାଜ୍ୟରେ ଜାରି ରହିବ କୁହୁଡି, ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ବର: ରାଜ୍ୟରେ ଜାରି ରହିବ କୁହୁଡି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ୨୪ ଜିଲ୍ଲାକୁ ସତର୍କ କରିଛନ୍ତି। ଯାନବାହନ ଚଳାଚଳ ଉପରେ ଜିଲ୍ଲାପାଳ ଓ ଏସ୍ପି ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଘନ କୁହୁଡ଼ି ରହିବ।

ସେପଟେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଆର୍ଦ୍ରତା ଯୋଗୁ କୁହୁଡି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶୀତଋତୁରେ ଉତ୍ତରାପବନ ଯୋଗୁ ଶୀତ ଅନୁଭୂତ ହୋଇଥାଏ । ବାୟୁମଣ୍ଡଳ ମଧ୍ୟ ଶୁଖିଲା ରହିଥାଏ । ମକର ସଂକ୍ରାନ୍ତି ପରଠାରୁ ଦକ୍ଷିଣା ପବନ ବହିବା ଯୋଗୁ ଏହା ଆର୍ଦ୍ରତା ସହ ମିଶି କୁହୁଡି ସୃଷ୍ଟି କରିଛି ।
କେବଳ ରାଜଧାନୀରେ ନୁହେଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ କୁହୁଡି ଅନୁଭୂତ ହୋଇଛି । ଏହିପାଗ ଆହୁରି ଦୁଇଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications