ଭୁଶୁଡିଲା ସ୍କୁଲ ପାଚେରୀ, ଅଳ୍ପକେ ବର୍ତ୍ତିଗଲେ ଛାତ୍ରଛାତ୍ରୀ

ଅସରାଏ ବର୍ଷାରେ ଭୁଶୁଡ଼ି ପଡ଼ିଲା ସ୍କୁଲ କାନ୍ଥ । ଅକଳ୍ପକେ ବର୍ତ୍ତିଗଲା ଅନେକ ଜୀବନ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

collapsed

ୟୁନିଟ-୯ ମହାରାଜା ହଲ ପଛ ପଟେ ଥିବା ଏକ ଘରୋଇ ସ୍କୁଲର ପାଚେରି ଭୁଶୁଡ଼ି ଗୋଟିଏ ଘର ଓ ଦୁଇଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ତେବେ ଘରେ ଥିବା ଲୋକେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଦୀର୍ଘ ଦିନରୁ ଏହି ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରେ ଚାଲିଥିଲା ପିଲାଙ୍କ ଶିକ୍ଷାଦାନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଚେରୀର ମରାମତି କରାଯାଉ ନଥିଲା । ଏବେ ଅସରାଏ ବର୍ଷାରେ ଏହା ଭାଙ୍ଗି ପଡ଼ିଛି । ସ୍କୁଲ ବନ୍ଦ ଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି ଅନେକ କଅଁଳ ଶିଶୁଙ୍କ ଜୀବନ ।

ଏଠି ପ୍ରଶ୍ନ ଉଠୁଛି କାହିଁକି ଶିଶୁଙ୍କ ଜୀବନ ସହ ଖେଳ ଖେଳାଯାଉଛି ? ବାରମ୍ବାର ଅଭିଯୋଗ ପରେ ବି କାହିଁକି ବିପଦଶଙ୍କୁଳ ଅବସ୍ଥାରେ ପିଲାଙ୍କୁ ପାଠପଢ଼ା ଯାଉଥିଲା ? ଏଭଳି ସ୍କୁଲକୁ କିଏ ଦେଇଥିଲା ଅନୁମତି ? କୌଣସି ଜୀବନ ଯାଇଥିଲେ କିଏ ହୋଇଥାନ୍ତି ଉତ୍ତରଦାୟୀ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+