କାନ୍ଥ ପଡି ଚାଲିଗଲା ପୁଅର ଜୀବନ, ବାପା-ମା ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜଳେଶ୍ୱର ବ୍ଲକ ପଶ୍ଚିମବାର୍ଡ ଗାଁରେ ଦୁର୍ଘଟଣା । କାନ୍ଥ ଭୁଶୁଡିି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା-ମା' ଗୁରୁତର ହୋଇଛନ୍ତି । ଘର ତିଆରି ପାଇଁ ରାସ୍ତାକଡ଼ରେ ପଡ଼ିିଥିବା ଚିପ୍ସ ଗୋଟାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ୩ ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ ।

ସୁଚନାନୁସାରେ , ଜଳେଶ୍ୱର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବିବରଣୀରୁ ପ୍ରକାଶ ଯେ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ , ତାଙ୍କ ପତ୍ନୀ ସେକ ଆସୁନି ବିବି ଓ ପୁତ୍ର ସେକ ଆରିଫରାସ୍ତା ପାର୍ଶ୍ୱରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ ।

baleswar accident

ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ । ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରିଥବବା ବେଳେ ଗୁରୁତର ବାପା-ମା'ଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+