କାଲି ଆସିବ ଫଳାଫଳ, ବିଜେଡି ଶିବିରରେ ଉତ୍ସାହ ନବୀନ ହେବେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ | ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ ନାହିଁ | ସେହିପରି ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଏଥର ମାଓ ଅଞ୍ଚଳରେ ବିନା ହିଂସାରେ ନିର୍ବାଚନ କରାଯାଇପାରିଛି | ପ୍ରତି ଥର ନିର୍ବାଚନ ବେଳେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ଘଟୁଥିବା ହିଂସାକୁ ନଜରରେ ରଖି ଆମେ ଏଥର ସେଠାରେ ସ୍ୱତନ୍ତ୍ର ଯୋଜନା କରିଥିଲୁ | ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ତାରିଖ ଘୋଷଣା ୪ ମାସ ପୂର୍ବରୁ ଆମେ ସେଠାରେ ଅପରେସନ ଆରମ୍ଭ କରିଥିଲୁ |

polish dg

ଏହା ଫଳରେ କିଛି ମାଓବାଦୀଙ୍କୁ ଗିରଫ କରିଥିଲୁ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ | ଏହା ଦ୍ଵାରା ସେଠାରେ ମାଓବାଦୀଙ୍କୁ ଆଉ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ କୌଣସି ସୁଯୋଗ ହିଁ ମିଳି ନ ଥିଲା | ଆମର ସ୍ୱତନ୍ତ୍ର ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ରାଜ୍ୟ ପୁଲିସ ଗୁଇନ୍ଦା ଠାରୁ ଖବର ନେଇ ମାଓବାଦୀଙ୍କ ପ୍ରତିଟି ଗତିବିଧି ଯୋଜନା ଉପରେ ନଜର ରଖିଥିଲେ |

ଏମିତିକି ନିର୍ବାଚନ ବେଳେ ମଧ୍ୟ ପ୍ରତି ବୁଥ ଉପରେ ରାଜ୍ୟ ପୁଲିସର ଗୁଇନ୍ଦା ନଜର ରଖୁଥିଲା | ଯେଉଁ ସବୁ ଜାଗାରେ କିଛି ହିଂସାକାଣ୍ଡ ଘଟିଛି ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେଇଛି ଓ ତଦନ୍ତ ଜାରି ରହିଛି | ପୁରା ନିର୍ବାଚନ ସୁରୁଖୁରରେ ପରିଚାଳନା ପାଇଁ ଓଡ଼ିଶା ପୁଲିସ ଏଥର ଆପ୍ରାଣ ଉଦ୍ୟମ କରିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+