ଛାତ୍ରୀଙ୍କୁ ବଳାତ୍କାର ମାମଲା ୪ ବର୍ଷ ପରେ ରେ ଆସିଲା ରାୟ, ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ

ବ୍ରହ୍ମପୁର: ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ବିଭୀଷଣ ଗୌଡ(୫୪)। ଜେଲ ସହ ତାଙ୍କୁ ୯୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୭ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୨୪ ତାରିଖରେ ୭ମ ଶ୍ରେଣୀର ନାବାଳିକା ଛାତ୍ରୀ ଜଣକ ଟ୍ୟୁଶନ ଯାଉଥିବା ସମୟରେ, ଅଭିଯୁକ୍ତ ବିଭୀଷଣ ନବଳିକାକୁ ଅପହରଣ କରିଥିଲା। ପରେ ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟ ବୁଦା ମୂଳକୁ ନେଇ ବଳାତ୍କାର କରିଥିଲା ବିଭୀଷଣ। କାହାକୁ କହିଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା।

ray

ଘଟଣାର ୨ଦିନ ପରେ ଅର୍ଥାତ ୨୬ ତାରିଖରେ ନବଳିକାକୁ ବିଭୀଷଣ ପୁଣି ସେହି ସ୍ଥାନରେ ବଳାତ୍କାର କରିଥିଲା। ନାବଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିବାରୁ ପରିବାର ଲୋକେ ତାଙ୍କୁ ପଚରାଉଚରା କରିଥିଲେ। ପରେ ଏ ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କେସ ନମ୍ବର ୨୬୯/୨୦ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ବିଭୀଷଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+