ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଖଣି ମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
ଓଡ଼ିଶା ଆସିବେ କେନ୍ଦ୍ର ଖଣି ମନ୍ତ୍ରୀ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି।

ଆଜି ପ୍ରଥମେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ।
ନାଲକେରେ ସମୀକ୍ଷା ବୈଠକ ପରେ ସେ ଅନୁଗୁଳ ଗସ୍ତରେ ଯିବେ। ସତିଶ ଚନ୍ଦ୍ର ଦୁବେ ଅନୁଗୁଳ ଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ।
ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ର ମନ୍ତ୍ରୀ। ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।












Click it and Unblock the Notifications