ଭୁଶୁଡ଼ିଲା ନିର୍ମାଣଧୀନ ଛାତ, ଶ୍ରମିକଙ୍କ କଟିଗଲା ଦୁଇ ହାତ ,ଫସିଛନ୍ତି ୧୦ରୁ ଉର୍ଦ୍ଧ୍ଵ ଶ୍ରମିକ
ଢେଙ୍କାନାଳ: ହୋଟେଲ ନିର୍ମାଣ ବେଳେ ଭୁଶୁଡ଼ିଗଲା ନିର୍ମାଣ ଧୀନ ଛାତ। ତଳେ ଚାପି ହୋଇ ରହିଛନ୍ତି ଅନେକ ଶ୍ରମିକ। ବୁଧବାର ସହରର ମହିଷାପାଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣାଧୀନ ୫ ମହଲା କୋଠାର ପୋର୍ଟିକର ଛାତ ପଡୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
ତାଙ୍କର ଦୁଇଟି ଯାକ ହାତ କଟି ଯାଇଛି। ବାମ ହାତଟି ପାପୁଲି ପାଖରୁ ପୂରା କଟି ଯାଇଥିବା ବେଳେ ଡାହାଣ ହାତଟି କହୁଣୀ ପାଖରୁ କଟିଯାଇଛି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ୧୦ରୁ ଉର୍ଦ୍ଧ୍ଵ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଭଗ୍ନାବଶେଷ ତଳୁ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଛାତ ପଡୁଥିବାବେଳେ ପ୍ରାୟ ୧୦ ଶ୍ରମିକ ଥିଲେ ବୋଲି କୁହାଯାଉଛି। ପୋଟିକ୍ର ପଡୁଥିବା ଛାତ ସହିତ ୪ଟି ବଡ଼ ପିଲାର ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହି ପିଲାରର ଉଚ୍ଚତା ପ୍ରାୟ ୪୦/୫୦ ଫୁଟ ହେବ। ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।












Click it and Unblock the Notifications