ମହାନଦୀକୁ ଦେଇଥିବା ଦୁଇ ଯୁବକଙ୍କ ମିଳୁନି ପତ୍ତା, ଖୋଜୁଛି ଅଗ୍ନିଶମ ବାହିନୀ

ପୁଣି ମହିନଦୀକୁ ଡେ଼ଇଁ ଜଣେ ନିଖୋଜ। ଗତକାଲି ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡେଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି। ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି।

Mahanadi

ଗତକାଲି ରାତିରେ କଟକ ମଧୁସୁଦନ ସେତୁ ଉପରୁ ନଦୀକୁ ଡେ଼ଇଁ ନିଖୋଜ ହୋଇ ଯାଇଛନ୍ତି କଟକ ନୟାସଡକ ଅଞ୍ଚଳର ଅନୁପ ଅଗ୍ରୱାଲ। ଏହା ପୂର୍ବରୁ ଅପରାହ୍ନ ସମୟରେ ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳର ମୃତ୍ୟୁଞ୍ଜୟ ମାଣିକ ଯୋବ୍ରା ବ୍ୟାରେଜରୁ ଡେଇଁ ପଡ଼ିଥିଲେ। ଉଭୟ ଏବେବି ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଛି।

ଗତକାଲି ରାତିରେ ଅନୁପ ଅଗ୍ରୱାଲ ମଧୁସୁଦନ ସେତୁ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରୁ ତାଙ୍କର ସ୍କୁଟି ଓ ଚପଲ ଜବତ କରିଛି ପୁଲିସ୍। ବିଡାନାସୀ ଅଗ୍ନିଶମ ବିଭାଗ ଏବେ ଖୋଜାଖୋଜି ଜାରି ରଖିଥିବା ବେଳେ ତାଙ୍କର ପତ୍ତା ମିଳିପାରିନାହିଁ।

ସେପଟେ ଗତକାଲି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ନିଖୋଜ ଯୁବକ ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳର ମୃତ୍ୟୁଞ୍ଜୟ ମାଣିକଙ୍କୁ ଏବେ ବି ଖୋଜୁଛି ଅଗ୍ନିଶମ ବିଭାଗ। ମହାନଦୀରେ ଚାଲିଛି ସର୍ଚ୍ଚ ଅପରେସନ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ୍ୟୁଞ୍ଜୟଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ ଅନଲାଇନ୍ ଟ୍ରେଡିଂ ରହିଥିବା ପରିବାର ଲୋକେ କହିଛନ୍ତି । ଅନଲାଇନ୍ ଟ୍ରେଡିଂରେ ପ୍ରାୟ ୧୦ ଲକ୍ଷ ଟଙ୍କା କ୍ଷତି ସହିବା ପରେ ମୃତ୍ୟୁଞ୍ଜୟ ମାନସିକ ଚାପରେ ଥିଲେ। ଏହାପରେ ଦୁଇ ଦିନ ତଳେ ପୁଣି ୪ଲକ୍ଷ ଟଙ୍କା କ୍ଷତି ସହିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପର୍କୀୟ।

ଗତକାଲି ତାଙ୍କ ଭଉଣୀଙ୍କ ମୋବାଇଲକୁ ମୋତେ ଆଉ ଖୋଜିବନି ମୁଁ ହାରିଗଲି ବୋଲି ଏକ ଭାବପୂର୍ଣ୍ଣ ମେସେଜ ବି କରିଥିଲେ। ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। କଟକ ମହାନଦୀ ଯୋବ୍ରା ବ୍ୟାରେଜରୁ ସ୍କୁଟି ଓ ମୋବାଇଲ୍ ଚପଲ ଥୋଇ ମୃତ୍ୟୁଞ୍ଜୟ ଡେ଼ଇଁ ପଡିଥିବା କୁହାଯାଉଛି ।

ଉଭୟ ଯୁବକଙ୍କୁ ଖୋଜିବାକୁ ମହାନଦୀରେ ସର୍ଚ୍ଚ ଅପରେସନ ଚାଲିବା ସତ୍ତ୍ୱେ ସେମାନଙ୍କ ସନ୍ଧାନ ମିଳିପାରୁନି। ଆଉ ଆଶା, ଆଶଙ୍କାରେ ମହାନଦୀ କୂଳରେ ପରିବାର ଲୋକେ ପୁଅକୁ ଅନାଇ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+