ଅଟୋକୁ ପିଟିଲା ଟ୍ରକ୍, ଅଧାରେ ରହିଲା ହବିଷ୍ୟାଳିଙ୍କ ଜଗା ଦର୍ଶନ, ଜଣେ ମୃତ ୩ ଆହତ
ଅଧା ରହିଲା ଜଗା ଦର୍ଶନ । ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା । ଅଟୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ କୟଥ ପଲା ଗାଁର ୭ ଜଣ ହବିଷ୍ୟାଳି ଏକ ଅଟୋରେ ଜାଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏକ ଟ୍ରକ୍ ଆସି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି ।

ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଛି। ପୁଲିସ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications