ପୁଣି ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଆଇନ ହିଟ୍ ଆଣ୍ଡ ରନ୍ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟସ୍ତରରେ ଗାଡ଼ି ଚାଳକମାନେ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ସେଥିରେ ଆଜିଠାରୁ ଓଡ଼ିଶା ଡ୍ରାଇଭର୍ ମହାସଂଘ ଏଥିରେ ସାମିଲ ହେବ। ହିଟ ଆଣ୍ଡ ରନକୁ ବିରୋଧ କରି ଏକ ହେଲେ ସର୍ବଭାରତୀୟ ଡ୍ରାଇଭର ସାଙ୍ଗ ।

ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଓଡ଼ିଶାର ଗାଡ଼ି ଚାଳକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଷ୍ଟିଅରିଂଛାଡ଼ ଆନ୍ଦୋଳନ କରିବେ ବୋଲି ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଏଥିଯୋଗୁଁ ଆଜିଠାରୁ ରାଜ୍ୟରେ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟାହତ ହେବା ଆଶଙ୍କା ରହିଛି । ହିଟ୍ ଆଣ୍ଡ ରନ ମାମଲାରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଦେଶର ବିଭନ୍ନ ଭାଗରେ ବିରୋଧ କରାଯାଉଛି। ଓଡିଶା ରାଜ୍ୟ ଟ୍ରକ ମାଲିକ ଫେଡେରେଶନ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥି କହିଛନ୍ତି ଯେ ସଂଶୋଧିତ ଆଇନକୁ ଠିକ୍ ଭାବେ ନ ବୁଝି ଡ୍ରାଇଭରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି।
ତେବେ ଏହି ଧର୍ମଘଟ ଯୋଗୁଁ ବଜାରରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଅଭାବ ଦେଖାଦେଇପାରେ। ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର୍ସ ମହାସଂଘର ମହାସଚିବ ସଞ୍ଜୟ ଲାଠ୍ କହିଛନ୍ତି, ଆଜି ସମଗ୍ର ରାଜ୍ୟରେ ଡିପୋରୁ ଟାଙ୍କିକୁ ଇନ୍ଧନ ପରିବହନ ସ୍ୱାଭାବିକ ରହିଛି। ଓଡ଼ିଶାରେ ଯେତିକି ପେଟ୍ରୋଲ, ଡିଜେଲ ଅଛି, ତାହା ଦୁଇ/ତିନି ଦିନର ଆବଶ୍ୟକା ପୂରଣ କରିପାରିବ। ଧର୍ମଘଟ ଅଧିକ ଦିନ ରହିଲେ ପେଟ୍ରୋଲ, ଡିଜେଲର ଅଭାବ ଦେଖା ଦେଇପାରେ ବୋଲି ଶ୍ରୀ ଲାଠ କହିଛନ୍ତି। ଏହି ବିବାଦର ସମାଧାନ ଓ ଗାଡ଼ି ଚଳାଚଳ ସ୍ୱାଭାବିକ ନ ହେଲେ ଖାଉଟି ବଜାର ବିପର୍ୟ୍ୟସ୍ତ ହେବ ବୋଲି ରାଜ୍ୟ












Click it and Unblock the Notifications