ସରକାରଙ୍କ ପରାମର୍ଶ ପରେ ପୁରୀ ଛାଡ଼ିଲେ ପର୍ଯ୍ୟଟକ
ସମ୍ଭାବ୍ୟ ବାତ୍ୟା ''ଦାନା' କୁ ଦୃଷ୍ଟିରେ ପୁରୀ ଛାଡ଼ି ପଳାଉଛନ୍ତି ପର୍ଯ୍ୟଟକ। ଆଜି ସକାଳେ କିଛି ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି।

ସମ୍ଭାବ୍ୟ ବାତ୍ୟା 'ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏଥିସହିତ ସହିତ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା। ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ତୁରନ୍ତ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ସକାଳେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରୁ ପଳାଇଯାଇଛନ୍ତି।












Click it and Unblock the Notifications