ଜଙ୍ଗଲରୁ ମିଳିଲା ବାଘ ଛୁଆ ମୃତ ଦେହ , କାରଣ ଅସ୍ପଷ୍ଟ
କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ପିଠାଗୋଳା ଜଙ୍ଗଲରୁ ଏକ ବାଘ ଛୁଆ ର ମୃତଦେହ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଦେଇ ଯାଉଥିବାବେଳେ ବାଘ ଛୁଆର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।

ପରେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘ ଛୁଆଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।












Click it and Unblock the Notifications