ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟଙ୍କ କଟିଲା ଟିକେଟ, ଜାଣନ୍ତୁ କିଏ ନେଲା ତାଙ୍କ ସ୍ଥାନ
ଆଜି ବିଜୁ ଜନତା ଦଳ ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ବହୁ ଚର୍ଚ୍ଚିତ ପାରାଦୀପ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଅର୍ଥାତ ସମ୍ବିତଙ୍କ ଉପରେ ପାର୍ଟି ଭରସା ନ କରି ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି।

ଗୀତାଞ୍ଜଳି ଭେଟେରାନ ନେତା ସ୍ୱର୍ଗତ ଦାମୋଦର ରାଉତଙ୍କ ବୋହୂ। ଗଲା କିଛି ଦିନ ହେବ ସେ ବିଧାନସଭା ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ନିଜ ପାଇଁ ସମର୍ଥନ ଯୋଗାଡ କରୁଥିଲେ। ନିକଟ ଅତୀତରେ ସମ୍ବିତ ଭିନ୍ନ ଭିନ୍ନ ଗୋଷ୍ଠୀର କଡ଼ା ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ପରିସ୍ଥିତିକୁ ଦୂର କରିବା ପାଇଁ ଦଳ ଏବେ ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି। କିଛିଦିନ ତଳେ କୁଜାଙ୍ଗରେ ଡ଼କାଯାଇଥିବା ବୈଠକରେ ସମ୍ବିତଙ୍କ ସମର୍ଥନରେ ଅନେକ ସ୍ଥାନୀୟ ନେତା ଏକଜୁଟ ହୋଇଥିଲେ।
ଦୁଇ ମହିଳାଙ୍କୁ ନେଇ ସରଗରମ ଜଗତସିଂହପୁର ରାଜନୀତି । କୁହାଯାଉଛି ଏଥର ଜଗତସିଂହପୁରର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଗୁରୁବାର ବାପି ସର୍ଖେଲ କଂଗ୍ରେସ ଛାଡିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଏହି ଦୃଷ୍ଟିରୁ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ବାପିଙ୍କ ପତ୍ନୀ ମୋନିଦୀପାଙ୍କୁ ବିଜେଡି ଟିକେଟ୍ ଦେଇ ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଥିଲା । ଚର୍ଚ୍ଚାକୁ ଠିକ୍ ପ୍ରମାଣିତ କଲେ ନବୀନ ।












Click it and Unblock the Notifications