ରାଜ୍ୟରେ ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ବର: ତତଲା ଲଢେଇରେ ଭାଜି ହେଉଛି ଓଡ଼ିଶା । ଆଜି ଦିନ ୨ଟା ୩୦ରେ କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଜି ଝାରସୁଗୁଡାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୬, ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ରାଜଧାନୀ ଭୁବନେଶ୍ୱରରେ ୪୦.୫ ଓ ବାଲେଶ୍ୱରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସେହିପରି ପୁରୀରେ ୩୪.୬, ପାରାଦୀପରେ ୩୩.୨ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି।
ପାଣିପାଗ ବିଭାଗ ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାଶ୍ୱବର୍ତ୍ତି ଜିଲ୍ଲା












Click it and Unblock the Notifications