ରାଜଧାନୀରେ ଧରା ପଡ଼ିଲା ସନ୍ଦୀଗ୍ଧ, ୭ ସିମ୍ ବକ୍ସ ଜବତ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ସନ୍ଦୀଗ୍ଧକୁ ମାଡ଼ି ବସିଛି କମିଶନରେଟ୍ ପୁଲିସ୍। ସିମ୍ ବକ୍ସ ମାଧ୍ୟମରେ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ୍। ଏଥିସହ ସେହି ଘରୁ ୭ଟି ସିମ୍ ବକ୍ସ ଜବତ କରିଛି।

ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ବ୍ୟକ୍ତି ୭ରୁ ୮ ମାସ ହେଲା ଘର ଭଡ଼ା ନେଇଥିଲେ। ବ୍ୟକ୍ତି ଜଣକ ସପ୍ତହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକେ। ଏ ସମ୍ପର୍କରେ କମିଶନରେଟ୍ ପୁଲିସ୍ ସୂଚନା ଦେଇଥିଲା। ତା'ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ଥାନା ପୁଲିସ୍ ଓ ସ୍ପେଶାଳ ସ୍କ୍ୱାର୍ଡକୁ ନେଇ ସ୍ୱତନ୍ତ ଟିମ୍ ଗଠନ କରାଯାଇଥିଲା। ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
ଆଜି ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ଥିବା ବେଳେ ପୁଲିସ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘରେ ଗୋଟିଏ ରେକ୍ରେ ୭ଟି ସିମ୍ ବକ୍ସ ଥିବା ଦେଖିବାକୁ ମିଳିଥିଲା। ସିମ୍ ବକ୍ସ ଗୁଡ଼ିକରେ ଇଣ୍ଟରନେଟ୍ କନେକ୍ସନ ଓ ପାୱାର ସପ୍ଲାଏ ରହିଛି। ୭ଟା ସିମ୍ ବକ୍ସରେ ୫୦୦ରୁ ଅଧିକ ସିମ୍ ଲାଗିଛି। କମିଶନରେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିମ୍ ବକ୍ସ ସମ୍ପର୍କରେ ପଚାରିଥିଲା। ହେଲା ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ସମ୍ପୃକ୍ତ ସନ୍ଦୀଗ୍ଧଙ୍କୁ ପୁଲିସ୍ ଅଟକ ରଖିଛି। ଏଥିସହ ସିମ୍ ବକ୍ସ ଗୁଡ଼ିକ ଜବତ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ୍ ତଦନ୍ତ ଚଳାଇଛି।












Click it and Unblock the Notifications