ବଢ଼ିବାନି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ , ୧୧ଟାରେ ବନ୍ଦ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ

ଏବର୍ଷ ସୁନାବେଶ ଦର୍ଶନ ସମୟ ବଢ଼ିବନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଯେଉଁ ସମୟ ନିର୍ଘଣ୍ଟ ହୋଇଛି ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ। କାଲି ରତ୍ନଭଣ୍ଡାର ଖୋଲିବାକୁ ଥିବା ବେଳେ ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ। ତେଣୁ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।

sunabesh

ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ । ବାହୁଡ଼ା ଯାତ୍ରା ପରି ସୁନାବେଶରେ ମଧ୍ୟ ସେମାନେ ରଥ ଉପରକୁ ମୋବାଇଲ ଫୋନ୍ ନେଇ ପାରିବେ ନାହିଁ । ସେବାୟତମାନେ ରଥ ସମ୍ମୁଖରେ ଠିକ ଭାବେ ରହିବେ, ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ସାମ୍ନାରେ ଛିଡ଼ା ହୋଇ ଭକ୍ତଙ୍କ ପାଇଁ ବାଧକ ନହେବାକୁ ସେବାୟତମାନଙ୍କୁ କୁହାଯାଇଛି।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଗତ ବର୍ଷ ସୁନାବେଶ ଦେଖିବାକୁ ୧୦ ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ। ଏବର୍ଷ ପାଖାପାଖି ୧୫ ଲକ୍ଷ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଓ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବେ ବୋଲି ଆଶା। ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନବେଶ ଆରମ୍ଭ ହେବ। ରାତି ୧୧ଟା ବେଳକୁ ସ୍ଵର୍ଣ୍ଣ ଅଳଙ୍କାର ବେଶ ଓହ୍ଲାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+