'ଅହିଂସା ରଥ'ର ସଫଳ କାହାଣୀ, ୩୦ ଜିଲ୍ଲାରେ ୨୦ ହଜାର କିମି କଲା ପରିକ୍ରମା

'ଅହିଂସା ରଥ'ର ସଫଳ କାହାଣୀ, ୩୦ ଜିଲ୍ଲାରେ ୨୦ ହଜାର କିମି କଲା ପରିକ୍ରମା

ଭୁବନେଶ୍ୱର: ଗାନ୍ଧିଜୀ କହିଥିଲେ, 'ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ଅହିଂସା' । ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସାକାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପରିକ୍ରମା ଆରମ୍ଭ କରିଥିଲା 'ଅହିଂସା ରଥ'। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୫ତାରିଖ ଦିନ ପରିକ୍ରମା ଆରମ୍ଭ କରିଥିବା ଏହି ଐତିହାସିକ ରଥ । ରାଜ୍ୟର ୩୦ଟି ଜିଲ୍ଲାର ସମସ୍ତ ୩୧୪ଟି ବ୍ଲକରେ ଏହି ରଥର ପରିକ୍ରମା ସାକ୍ଷ୍ୟ ବହନ କରିଛି ଏକାଧିକ ବିଭବକୁ। ପରିକ୍ରମାରେ ପରିଦୃଶ୍ୟ ହେଲା ଓଡ଼ିଆ ମାତୃଶକ୍ତିର ଅନନ୍ୟ ଦେଶଭକ୍ତିର ପରାକାଷ୍ଠା । ପାରମ୍ପରିକ ବେଶଭୁଷା, ଲୋକକଳା ସହିତ ପଥପ୍ରାନ୍ତରେ ଦେଖିବାକୁ ମିଳିଲା ସାଂସ୍କୃତିକ ବୈଭବର ଛଟା।

ମିଶନ ଶକ୍ତି ମାଆଙ୍କ ଭୂମିକା
ମିଶନ ଶକ୍ତି ମା'ମାନେ କେବଳ ଆର୍ଥିକ ସ୍ୱାବଲମ୍ବୀ ହୋଇ ଓଡ଼ିଶାକୁ ସମୃଦ୍ଧ କରିନାହାନ୍ତି ବରଂ ତ୍ରିରଙ୍ଗାର ଶୋଭାଯାତ୍ରାରେ ସବୁଠାରେ ଆଗରେ ରହି ସେମାନେ ପରିଚୟ ଦେଇଥିଲେ ମାଟି ମାଆର କାମରେ ସେମାନେ କେତେ ଅଗ୍ରଣୀ ବୋଲି । ମିଶନ ଶକ୍ତି ମା'ମାନେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ। ଅହିଂସା ରଥ ସ୍ବାଗତରେ ସେମାନେ ହାତରେ ତ୍ରିରଙ୍ଗା ଧରି ସଶକ୍ତ ନାରୀର ପରିଚୟ ଦେଇଥିଲେ। ଓଡ଼ିଶାର ପାରମ୍ପରିକ ଝୋଟି ଚିତା ଓ କଳା ମାଧ୍ୟମରେ ନିଜ ଗାଁକୁ ରଥକୁ ସ୍ୱାଗତ କରିଥିଲେ ।

ଉତ୍କଳୀୟ ପରମ୍ପରାର ଝଲକ
ଆମ୍ବ ଡାଳ ସହ ପୂର୍ଣ୍ଣ କୁମ୍ଭ, ପବିତ୍ର ଶଙ୍ଖନାଦରେ ସ୍ବାଗତ କରାଯାଉଥିଲା ରଥଗୁଡିକୁ । ଆମ ଉତ୍କଳୀୟ ପରମ୍ପରାର ମହାନ୍ ଆତିଥ୍ଯ ପରମ୍ପରାର ନିଆରା ଝଲକ ଦେଖିବାକୁ ମିଳିଥିଲା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ। ଓଡ଼ିଆ ପରମ୍ପରାରୁ ଆରମ୍ଭ ହେଉଥିଲା ସ୍ବାଗତ। ଶଙ୍ଖ ବାଦନ ସହ କୀର୍ତ୍ତନ ତଥା ପବିତ୍ର ହୁଳୁହୁଳିରେ କମ୍ପୁଥିଲା ସ୍ବାଗତ ସ୍ଥଳ । ଏଥିସହିତ ଆମ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 ahimsa rath

ସ୍ଥାନୀୟ ଲୋକକଳାର ବିଭବ
ବିଭିନ୍ନ ଜିଲ୍ଲାରେ ରହିଥିବା ସୁନ୍ଦର ଲୋକକଳା ବି ଦେଖିବାକୁ ମିଳିଥିଲା ଏହି ପରିକ୍ରମା କାର୍ଯ୍ୟକ୍ରମରେ । ସମ୍ବଲପୁରର ସମ୍ବଲପୁରୀ ନୃତ୍ଯ, ଗଞ୍ଜାମର ବାଘନାଚ, ଖୋର୍ଦ୍ଧାର ପାଇକ ନୃତ୍ୟ ଠାରୁ ଆରମ୍ଭ କରି ଚଇତି ଘୋଡ଼ା ନାଚ ଓ କୋରାପୁଟର ଢେମସାର ଆକର୍ଷଣୀୟ ପରିବେଷଣ କରିଥିଲେ କଳାକାର ଓ ଛାତ୍ରଛାତ୍ରୀ। ସେହିପରି ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲାର କଳାକାର ମାନଙ୍କୁ ପ୍ରୋତ୍ସାହନ ମିଳିଥିଲା ।

ଜାତିବର୍ଣ୍ଣ, ଧର୍ମ ଓ ଦଳଗତ ଊର୍ଦ୍ଧ୍ୱ ରେ ସ୍ୱାଗତ
ସବୁଠି ସ୍ୱାଗତ ହୋଇଥିଲା ଅହିଂସା ରଥ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମମନୋଭାବରେ ଗାନ କରିଥିଲେ ବନ୍ଦେ ଉତ୍କଳ ଜନନୀ । ମାଟିର ମହାପୁରୁଷଙ୍କୁ ସବୁଠି ମନେ ପକାଯାଇଥିଲ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମସ୍ତେ ଅହିଂସା ରଥକୁ ସ୍ବାଗତ କରିଥିଲେ । ମନରେ ଥିଲା କେବଳ ଦେଶପ୍ରେମ । ସତେ ଯେପରି ଏହି ରଥ ସମସ୍ତଙ୍କ ମନରୁ ରାଗ, ରୁଷା ଓ ଅଭିମାନକୁ ଅଲଗା କରି ଦେଇଥିଲା ।

ପଥପ୍ରାନ୍ତରେ ଓଡ଼ିଆ ଝୋଟି ଓ ଚିତାର ବିଭବ
ସ୍ବାଗତ ସ୍ଥଳଗୁଡିକରେ ଦେଖିବାକୁ ମିଳିଥିଲା ସୁନ୍ଦର ସୁନ୍ଦର ଝୋଟି ଚିତ୍ର । ଉତ୍କଳୀୟ ପରମ୍ପରା ସହ ଏହି ଝୋଟି ଆମର ଇତିହାସକୁ ମନେ ପକାଇ ଦେଇଥିଲା । ପଥପ୍ରାନ୍ତର ଏହି ଚିତ୍ର ମାଣବସା ଗୁରୁବାରରେ ଓଡ଼ିଶାର ପୁରପଲ୍ଲୀରେ ପରିଶୋଭିତ ଝୋଟିର ମହକକୁ ମନେପକାଇ ଦେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+