ବୃଦ୍ଧି ପାଇବ ଭାରତୀୟ ସେନାର ଶକ୍ତି ; ଓଡ଼ିଶାରେ ଲଙ୍ଗ ରେଂଜ ହାଇପର ସୋନିକ ମିଜାଇଲ ପରୀକ୍ଷଣ ସଫଳ, ପ୍ରତିରକ୍ଷା ମନ୍ତ୍ରୀ
ଭାରତକୁ ଐତିହାସିକ ସଫଳତା । ଓଡ଼ିଶାରେ ଘାତକ ମିସାଇଲ୍ ପରୀକ୍ଷଣ ହେଲା ସଫଳ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଲଙ୍ଗ ରେଂଜ ହାଇପର ସୋନିକ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଶନିବାର ବିଳମ୍ବିତ ରାତିରେ ଏହି ପରୀକ୍ଷଣ କରାଯାଇଛି ।

ସଫଳତା ମିଳିବା ପରେ ସୋସିଆଲ ମିଡିଆ ଏକ୍ସରେ ଟୁଇଟ୍ କରି ଏହାକୁ ଭାରତ ପାଇଁ ଐତିହାସିକ କ୍ଷଣ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡିଶାରେ ପରୀକ୍ଷଣ କରାଯାଇଥିବା ଏହି ମିଜାଇଲ ଦେଶର ସବୁଠାରୁ ଘାତକ ଶ୍ରେଣୀର । ପ୍ରାୟ ୧୫ ଶହ କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ଏହି ମିସାଇଲ୍ । ଆକାଶରେ କେଇ ସେକେଣ୍ଡ ଉଭାନ ହୋଇ ଶତ୍ରୁ ଗଡ଼କୁ ଧ୍ବଂସ କରିଦେବାର କ୍ଷମତା ରଖିଛି ଏହି ମିସାଇଲ । ଆଗାମୀ ଦିନରେ ଏହାକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ ।












Click it and Unblock the Notifications