ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସୁରେଶ ପୂଜାରୀ କହିଲେ ବାତ୍ୟା ମୁକାବିଲା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ
ଭୁବନେଶ୍ୱର: ଆସୁଥିବା ବାତ୍ୟା ଓ ବର୍ଷାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ଭୟଭୀତ ହେବାର ଆବଶ୍ୟକ ନାହିଁ। NDRF ଓ ଓଡ୍ରାଫ ସହ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସବିଶେଷ ତଥ୍ୟ ନେବା ପାଇଁ ସୋମବାର ୧୧ଟାରେ ବୈଠକ ଡକାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ। ଭୁବନେଶ୍ବର ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।
ବୈଠକରେ ଏସଆରସି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ। ବାତ୍ୟାର କିପରି ସଫଳ ମୁକାବିଲା ସହ ଜିରୋ କାଜୁଆଲିଟି ଉପରେ ବୈଠକରେ ଆଲୋଚନା ହୋଇଛି । ସେପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଛି ।

ଏସଆରସି ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କାଲି ଦିନ ୧୧ଟାରେ ଆଉ ଏକ ବୈଠକ ବସିବ। ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। କେହି ବିଚଳିତ କିମ୍ବା ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।












Click it and Unblock the Notifications