ପୁଣି ଆରମ୍ଭ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ
ଆଇନଗତ କଟକଣା ଯୋଗୁ ଦୀର୍ଘ ଦିନ ହେଲା ରାଜଧାନୀରେ ବନ୍ଦ ରହିଛି କୁକୁର ବନ୍ଧ୍ୟାକରଣ। ରାସ୍ତାଘାଟ ହେଉକି କଲୋନୀ ବସ୍ତି, ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ। ସେପଟେ ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ରାଜଧାନୀରେ ପୁଣି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି ବିଏମସି।

ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଥିବା ପଞ୍ଜିକୃତ ହୋଇଛି। ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ କୁକୁର କାମୁଡ଼ା କେତେ ପରିମାଣରେ ବଢ଼ିଛି। ହାଇକୋର୍ଟଙ୍କ ରହିତାଦେଶ ଥିବାରୁ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା। ତେବେ ଅଳ୍ପଦିନ ଭିତରେ ପୁଣିଥରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ମଞ୍ଚେଶ୍ୱରରେ ଆତ୍ୟାଧୁନିକ ହସ୍ପିଟାଲ କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି।












Click it and Unblock the Notifications