ରାଜ୍ୟର ନିର୍ମାଣ ହେବ୨୦ଟି ବାଇପାସ
The state will build 20 bypasses,7 bridges and ROBs,FOR INSIGHT OF TRAFFIC CONGESTION .ରାଜ୍ୟର ନିର୍ମାଣ ହେବ୨୦ଟି ବାଇପାସ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ତିଆରି ହେବ ୨୦ଟି ବାଇପାସ ।ଟ୍ରାଫିକ୍ ସମସ୍ୟାକୁ ନଜରରେ ରଖି ନିଷ୍ପତ୍ତି ନିଆହୋଇଛି । ଏହା ମଧ୍ୟରୁ ଆଠଟି ଯଥା ବ୍ରହ୍ମପୁର,ନୟାଗଡ଼.ବଲାଙ୍ଗୀର,ଜୟପୁର,ଖୋର୍ଦ୍ଧା , ରିଆମାଳ,ଭବାନୀପାଟଣା , କୋରାପୁଟରେ ବାଇପସ୍ ନିର୍ମାଣ କରାଯିବ । ସେହିପରି ଅନ୍ୟ ୧୨ଟି ବୋରିଗୁମ୍ମା ,ନବରଙ୍ଗପୁର ,ଧର୍ମଗଡ଼,ଝାରସୁଗୁ଼ଡ଼ା ,ଫିୁଲବାଣା,ଦଶପଲ୍ଲା,ବାଘମାରୀରେ ବାଇପାସ ନିର୍ମାଣ କରିବା ପାଇଁ ଚଳିତ ବର୍ଷ ଦିଆଯାଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ।

ରାଜ୍ୟରେ ପ୍ରାୟ ୫୧୦.୩୦ କି.ମି ରାସ୍ତାକୁ ଜାତୀୟ ରାଜପଥରେ ପରିଣତ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ତେବେ ଗତବର୍ଷ ୩୬୮ କି.ମି ଦୈଘ୍ୟର ୩୮ଟି ପ୍ରକଳ୍ପ ୩୭୫୦କୋଟି ଟଙ୍କା ଅଟକଳରୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ ଯାହା ମଧ୍ୟରୁ ୫ଟି ପ୍ରକଳ୍ପ ଟେଣ୍ତର କାରସରିଥିବା ବେଳେ ଅନ୍ୟ ପ୍ରକଳ୍ପ ଗୁଡିକ ପ୍ରାକ୍ ଟେଣ୍ତର ସ୍ତରରେ ରହିଛି ।ମୋଟ୍ ୧,୨୫,୪୩,୮୩୭ ବର୍ଗ ମିଟର ପରିମିତ କୋଠାବାଡ଼ି ରାଜ୍ୟ ନିର୍ମାଣ ବିଭାଗ ଅଧିନରେ ରକ୍ଷଣାବେକ୍ଷଣ କରାଯାଉଛି । ଏକାମ୍ର ଯୋଜନାରେ ରାଜଧାନୀର ଉନ୍ନୟନ କାର୍ଯ୍ୟ ଜାରି ଥିବା ବେଳେ ଅବଢା ଯୋଜନାରେ ପୁରୀର ଉନ୍ନୟନ କାର୍ଯ୍ୟ ଜାରି ରହିଛି ।ତେବେ ଚଳିତ ବର୍ଷ ୪୮ଟି ସେତୁ ,୩ଟି ଆରଓବି ଓ ପ୍ରାୟ ୧୫୬୦ କି.ମି ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯିବ । ଯେଉଁଥି ପାଇଁ ପୂର୍ତ୍ତ ବିଭାଗର ୮୬୭୩, ୨୧,୦୭,୦୦୦ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରଯାଇଛି ।












Click it and Unblock the Notifications