ଆଜିଠାରୁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ପରିବହନ ଶ୍ରମିକ ସଂଘ; ଡ୍ରାଇଭରଙ୍କ ଦଣ୍ତବିଧାନକୁ ବିରୋଧ କରି ଧର୍ମଘଟ ଡାକରା
ଆଜିଠାରୁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ପରିବହନ ଶ୍ରମିକ ସଂଘ । ଡ୍ରାଇଭରଙ୍କ ପାଇଁ ଥିବା ଦଣ୍ତବିଧାନକୁ ବିରୋଧ କରି ଧର୍ମଘଟ ଡାକରା । ଏନେଇ ପ୍ରେସମିଟରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୂଚନା ।
ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ।
ଏହି ଧର୍ମଘଟ ସମୟରେ ସବୁ ଅଏଲ୍ କମ୍ପାନୀ ଡିପୋ ଅଫିସ୍କୁ ତେଲ ଯୋଗାଣ ବନ୍ଦ ରଖିବା ନେଇ ମହାସଂଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।

ଆନ୍ଦୋଳନ ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ ହିଟ୍ ଆଣ୍ଡ ରନ୍ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବ। ଯାହା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇବା ସଦୃଶ ହୋଇଛି । ପୂର୍ବରୁ ଭାରତୀୟ ପିଙ୍ଗଳ କୋଟର ୧୦୪ ନମ୍ୱର ଧାରା (କ) ଅନୁସାରେ ହିଟ୍ ଆଣ୍ଡ ରନ୍ ମାମଲାରେ ଚାଳକଙ୍କୁ ୨ ବର୍ଷ ଜେଲ ଦଣ୍ଡ ଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଭାରତୀୟ ପିଙ୍ଗଳ କୋଡରେ ପରିବର୍ତ୍ତନ ଆଣି ଭାରତୀୟ ନ୍ୟାୟ ସଂହିତା କରିଛନ୍ତି । ଯେଉଁଥିରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।
କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ବିରୋଧ କରୁଛି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନ୍କୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପତି ପ୍ରକାଶ କରିଛନ୍ତି ।
ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଭାପତି ପ୍ରକାଶ କରିଛନ୍ତି ।












Click it and Unblock the Notifications