ଶୀତରେ ଥରୁଛି ରାଜ୍ୟ, ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି
ଶୀତରେ ଥରୁଛି ରାଜ୍ୟ, ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି
ଭୁବନେଶ୍ୱର: ଶୀତରେ ଥରୁଛି ରାଜ୍ୟ । ରାଜ୍ୟର ୭ଟି ଜିଲ୍ଲାର ତାପମାତ୍ରା ଆଜି ୧୫ ଡିଗ୍ରି ତଳେ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମି ୩ରୁ ୪ ଦିନ ମଧ୍ୟରେ ପାରଦ ଆହୁରି ଖସିବ । ଗତକାଲି କଟକ ଓ ଭୁବନେଶ୍ବରର ତାପମାତ୍ରା ୨୦ ଡିଗ୍ରି ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ୧୨.୫ ଡିଗ୍ରି, କୋରାପୁଟର ସେମିଳିଗୁଡ଼ାରେ ୧୨.୯ ଡିଗ୍ରି, ବୌଦ୍ଧରେ ୧୩ ଡିଗ୍ରି, କୋରାପୁଟରେ ୧୪.୨ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୪ଡିଗ୍ରି ଓ କୋରାପୁଟରେ ୧୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ଗତରାତିରେ ଭବାନୀପାଟଣାରେ ୧୫.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା ।
— Meteorological Centre, Bhubaneswar (@mcbbsr) November 11, 2022
ଆଗାମୀ ୩ରୁ ୪ ଦିନ ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି । ଆଗାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ବଢିବାର ସମ୍ଭାବନା ରହିଛି । ଧୀରେଧୀରେ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।













Click it and Unblock the Notifications